କଂଜାରୁ ୧୩ ଫୁଟିଆ ବିଶାଳ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

You are currently viewing କଂଜାରୁ ୧୩ ଫୁଟିଆ ବିଶାଳ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ କଂଜା ଗାଁରୁ ଶୁକ୍ରବାର ଏକ ବିଶାଳକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ଶୁକ୍ରବାର ସକାଳେ ବନ୍ତଳା ରେଞ୍ଜ ଅଧୀନସ୍ଥ କଂଜା ଗ୍ରାମ ତଳସାହିର ଶ୍ରୀକାନ୍ତ ବେହେରାଙ୍କ ଟାଟା ମ୍ୟାଜିକ ଗାଡ଼ିରେ ପ୍ରାୟ ୧୩ ଫୁଟର ଅହିରାଜ ସାପ ପଶିଥିବା ଦେଖିଥିଲେ। ସାପକୁ ଦେଖି ଶ୍ରୀକାନ୍ତ ସର୍ପ ଉଦ୍ଧାରକାରୀ ତୁଷାର ଗଡ଼ନାୟକ ଜଣାଇଥିଲେ। ଏହା ପରେ ସର୍ପ ଉଦ୍ଧାରକାରୀ ଦଳର ସଦସ୍ୟ ସୁଶାନ୍ତ ସାହୁ ଏବଂ ତାଙ୍କ ସାଥୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ବନ୍ତଳା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ହୋଇଥିବା ଅହିରାଜ ସାପଟିକୁ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Share

Leave a Reply