ନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ

You are currently viewing ନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ

ଅନୁଗୁଳ: ନୂଆ ରୂପ ପାଇବ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଠାରେ ଥିବା ପର୍ଯ୍ୟଟନସ୍ଥଳ ମା’ ବାୟାଣୀ ପୀଠ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ରୂପାନ୍ତରିକରଣ କରାଯିବ।

ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପାତ୍ରପଡ଼ା ବାୟାଣୀ ପୀଠର ପାରିପାର୍ଶ୍ଵିକ ଉନ୍ନତିକରଣ ପାଇଁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଏମଡିସି ପ୍ରୋଜେକ୍ଟ ମୁଖ୍ୟ ବ୍ରିଗେଡ଼ିଅର ମନୁ ମେହେରୋତ୍ରା, ବିଏନବି କମ୍ପାନୀର ମୁଖ୍ୟ ମହେଶ୍ୱର ପଟ୍ଟନାୟକ, ରୋମାଞ୍ଚଳ ଖମାରି, ଛେଣ୍ଡିପଦା ତହସିଲଦାର ମାନସ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ସମେତ ଆର୍କିଟେକ ଟିମ୍ ପାତ୍ରପଡାରେ ପହଞ୍ଚିଥିଲେ।

ଏନେଇ ଗ୍ରାମ ସଭାପତି ଚକ୍ରଧର ପ୍ରଧାନଙ୍କ ଅଧକ୍ଷତାରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବା ସହିତ ସିଏସଆର ଫଣ୍ଡ ମାଧ୍ୟମରେ ପୀଠ ସ୍ଥଳରେ ମା’ ବାୟାଣୀଙ୍କ ନୂତନ ମୁଖ୍ୟ ମନ୍ଦିର, ଭୋଗ ମଣ୍ଡପ, ରୋଷଶାଳା, ପିକନିକ ସ୍ପଟର ସମ୍ପ୍ରସାରଣ, ବୋଟିଙ୍ଗ ସ୍ଥାନର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ, ପୀଠ ସ୍ଥଳ ନିକଟରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ୫ଟି ଆଶ୍ରୟସ୍ଥଳ ଏତଦ ବ୍ୟତୀତ ବାଘଦରୀ ମଠର ପୁନଃଉଦ୍ଧାର, ଗୁମ୍ଫାକୁ ଯିବା ପାଇଁ ନଦୀ ଉପରେ ପୋଲ, କୃତ୍ରିମ ଜଳ ପ୍ରପାତର ସୌନ୍ଦର୍ଯ୍ୟକରଣ ସହିତ ସେଠାରେ ଥିବା ଜଗନ୍ନାଥ ମନ୍ଦିରର ଅସମ୍ପୂର୍ଣ୍ଣ ମନ୍ଦିରକୁ ସମ୍ପୂର୍ଣ୍ଣ କରିବା, ଭୋଗ ମଣ୍ଡପ ସହିତ ମାତା ମଠ ଠାରୁ ଗିରି ଗୋବର୍ଦ୍ଧନ ପୀଠ ପର୍ଯ୍ୟନ୍ତ ଏକ ହିଲ ଟ୍ରାକ ନିର୍ମାଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବା ସହ ବୁଲି ଦେଖିଥିଲେ। ପୀଠର ପାରିପାର୍ଶ୍ଵିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଧର୍ମେନ୍ଦ୍ର ପ୍ରଧାନ ଓ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ଉଦ୍ୟମ କରିଥିବାରୁ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ୍ ଗସ୍ତ ସମୟରେ ପ୍ରାକ୍ତନ ଅଧ୍ୟକ୍ଷ ଲୋକନାଥ ସାହୁ, ଗାଁ ସଭାପତି ଚକ୍ରଧର ପ୍ରଧାନ, ସମ୍ପାଦକ ବିଭୂତି ଭୂଷଣ ସାହୁ, ବାସୁଦେବ ସାହୁ, ଘାସ ରାମ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ସମିତି ସଭ୍ୟ ଦୀପକ ସାହୁ, ଯୁଗଳ କିଶୋର ସାହୁଙ୍କ ସମେତ ମା’ ବାୟାଣୀ କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମ୍ୟ କମିଟିର ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply