ଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ’, ଥାନାରେ ବସିଛନ୍ତି ୪୦ ମହିଳା

You are currently viewing ଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ’, ଥାନାରେ ବସିଛନ୍ତି ୪୦ ମହିଳା

ଅନୁଗୁଳ: ଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ’। ଥାନାରେ ବସିଛନ୍ତି ୪୦ ମହିଳା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗ ବେରଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ପ୍ରାୟ ୪୦ ଜଣ ମହିଳାଙ୍କ ଠାରୁ ସେହି ଗାଁର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଥିବା ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ମୁତାବକ, କୁସୁପଙ୍ଗି ଗ୍ରାମର କିଛି ମହିଳା ସଂଘର ମହିଳା ଘରୋଇ ସଂସ୍ଥାରୁ ଲୋନ ଉଠାଇ ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକଙ୍କୁ ଦେଇଥିଲେ। କିନ୍ତୁ ଗତ ୧୬ ତାରିଖରୁ ସୁମନ୍ତ ନାଏକ ପରିବାର ସହ କୁଆଡ଼େ ପଳାଇ ଯାଇଛନ୍ତି। ସେମାନଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହେଉନାହିଁ। ଅନ୍ୟପଟେ ଋଣ ପଇସା ନେବା ପାଇଁ ଘରୋଇ ସଂସ୍ଥାର କର୍ମଚାରୀ ଆସି ଗ୍ରାମର ମହିଳାଙ୍କ ଘରେ ବସିଛନ୍ତି। ଏଣୁ ବାଟ ନ ପାଇ ମହିଳାମାନେ ଗୁରୁବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share

Leave a Reply