ଶିବ ବିବାହ: ମୁଖ୍ୟ ଆକର୍ଷଣ ସାଜିଛି ଦଣ୍ଡ ପ୍ରତିଯୋଗିତା, ବିଜୟୀ ଟିମକୁ ମିଳିବ ବାଇକ୍

You are currently viewing ଶିବ ବିବାହ: ମୁଖ୍ୟ ଆକର୍ଷଣ ସାଜିଛି ଦଣ୍ଡ ପ୍ରତିଯୋଗିତା, ବିଜୟୀ ଟିମକୁ ମିଳିବ ବାଇକ୍

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ ଗାଁରେ ପ୍ରଭୁ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବ ପାର୍ବତୀ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ହୋଇଥିଲା। ତା ପରେ ବରାନୁଗମନ, ପାଣି ଗ୍ରହଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ବେଦୀ କାର୍ଯ୍ୟ ପରେ ଠାକୁରଙ୍କୁ ଶିବ ମନ୍ଦିରରୁ ବର ପିତା ଜେନାମଣି ରତ୍ନ ସମ୍ଭବ ରାଓ କନ୍ୟା ପିତା ପ୍ରଦୀପ ପ୍ରଧାନଙ୍କ ଘରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ଶିବ ଓ ପାର୍ବତୀଙ୍କୁ ମନ୍ଦିରକୁ ଅଣାଯାଇଥିଲା। ସନ୍ଧ୍ୟାରେ ଶିବ ପାର୍ବତୀଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ଲଉଡ଼ି ଖେଳ, ଘଣ୍ଟ ବାଦ୍ୟ ଡିଜେ, ନାମ ସଂକୀର୍ତ୍ତନ, ପାଇକ ନାଚ ସହ ବିଭିନ ବାଦ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା।

ରାତିରେ ଠାକୁରଙ୍କୁ ଗାଁ ପରିକ୍ରମା କରାଇ ମନ୍ଦିରକୁ ନେବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଣ୍ଡ ନୃତ୍ୟ ପ୍ରତିଯୋଗିତା  ହେବ। ଆଜି ପ୍ରଥମ ଦିନରେ ଗୋପୀନାଥପୁର ଓ ସାକୋ ସିଂହ ମଧ୍ୟରେ ପ୍ରତିଯୋଗିତା ହେବ। ରବିବାର କାଣ୍ଡସର ଓ ଭାଗବତପୁର ମଧ୍ୟରେ ପ୍ରତିଯୋଗିତା ହେବ। ସୋମବାର ଫାଇନାଲ ପ୍ରତିଯୋଗିତା ହେବ। ବିଜୟୀ ଦଳକୁ ପ୍ରଥମ ଥର ପାଇଁ ବାଇକ ପୁରସ୍କାର ଦିଆଯାଉଛି। ସେହିପରି ରନର୍ସ ଅପକୁ ମଧ୍ୟ ଏକ ବାଇକ ଦିଆଯିବ। ମନ୍ଦିର କମିଟି ସଭାପତି ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସାହୁ ଓ ସମ୍ପାଦକ ଅଭୟ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Share

Leave a Reply