ଶିକ୍ଷକଙ୍କ ପ୍ରେମ ନିଶା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ

You are currently viewing ଶିକ୍ଷକଙ୍କ ପ୍ରେମ ନିଶା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୋଟିଏ ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ଶେଷରେ ନିଲମ୍ବିତ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୁରେଶ ସେଠି ନାମକ ଏହି ପ୍ରଧାନ ଶିକ୍ଷକଙ୍କ ଘର ଟାପଢୋଲ ଅଞ୍ଚଳରେ। ନିକଟରେ ବାଲେଶ୍ଵର ଅଞ୍ଚଳର ଜଣେ କନିଷ୍ଠ ଶିକ୍ଷୟିତ୍ରୀ ସେହି ୟୁପି ସ୍କୁଲରେ ଯୋଗ ଦେଇଥିଲେ। ସାର୍ ସେହି ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଥିଲେ।ଏଥିରେ ଅତିଷ୍ଠ ହୋଇ ସଂପୃକ୍ତ ଶିକ୍ଷୟିତ୍ରୀ ବିଭାଗିୟ ମୁଖ୍ୟଙ୍କୁ ଜଣାଇଥିଲେ। ଏହାପରେ ତଦନ୍ତ କରାଯାଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ଏହାପରେ ଜଣେ ଏସ୍‌ଏମ୍‌ସି ସଦସ୍ୟ ସଂପୃକ୍ତ ଦିଦିଙ୍କୁ ଫୋନ୍‌ରେ ଅଭିଯୋଗ ଫେରାଇ ନେବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି। ଏହି ବାର୍ତ୍ତାଳାପ ଏବେ ଭାଇରାଲ ହେବାରେ ଲାଗିଛି। ସଦସ୍ୟଙ୍କ ଏହି ଦରଦ ତାଙ୍କୁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply