ଅନୁଗୁଳ: ପୁଣିଥରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏନଟିପିସି /ଟିଟିପିଏସରୁ ଛଟେଇ କର୍ମଚାରୀ। ସେମାନଙ୍କୁ ପୁଣି ଥରେ ଚାକିରି ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ ଜାରି ରହିଛି।
ପ୍ରକାଶ ଯେ, ଏନଟିପିସି /ଟିଟିପିଏସ୍ ପକ୍ଷରୁ ପ୍ରାୟ ୨୦ ବର୍ଷ ହେଲାଣି ଜମି ଅଧିଗ୍ରହଣ କରି କ୍ଷତି ଗ୍ରସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରେ ଲୋକଙ୍କୁ ଚାକିରି ନ ଦେଇ ମେଣ୍ଟେନାସ୍ କାମରେ ନିୟୋଜିତ କରାଯାଇଥିଲା l ମାତ୍ର ବର୍ଷେ ହେବ ୬୫ ଜଣ କର୍ମଚାରୀଙ୍କୁ ବିନା ନୋଟିସରେ ଚାକିରିରୁ ବିଦା କରି ଦେଇଥିଲା। ଏନେଇ ଛଟେଇ କର୍ମଚାରୀ ଏନଟିପିସି /ଟିଟିପିଏସ୍ କମ୍ପାନୀ ବିରୋଧରେ ଜିଲ୍ଲା ପ୍ରଶାସନ, ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରିଥିଲେ ମଧ୍ଯ ଏ ପର୍ଯ୍ୟନ୍ତ କିଛି ସୁଫଳ ପାଇନାହାନ୍ତି। ବାରମ୍ବାର ଅଭିଯୋଗ ପରେ ବି କିଛି ସମାଧାନ ନ ବାହାରିବାରୁ ସମସ୍ତ ୬୫ ଜଣ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଆଜି ଠାରୁ ଆମରଣ ଅନଶନ କରିଛନ୍ତି। ଚାକିରି ନ ମିଳିବା ଯାଏଁ ଏହି ଅନଶନ ଜାରି ରହିବ ବୋଲି ଛଟେଇ କର୍ମଚାରୀ କହିଛନ୍ତି।