ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜିଠାରୁ ମା’ ଦୁର୍ଗାଙ୍କର ଷଷ୍ଠୀପୂଜା ଆରମ୍ଭ ହେବ। ସପ୍ତମୀରେ ସପ୍ତମୀ ପୂଜା, ଅଷ୍ଟମୀରେ ଅଷ୍ଟମୀ ପୂଜା, ନବମୀରେ ନବକୁମାରୀ ପୂଜା ଓ ଦଶମୀରେ ବିଜୟା ଦଶମୀ ଏବଂ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୨ତାରିଖରେ ମା’ଙ୍କର ଭସାଣି ପର୍ବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଶକ୍ତିପ୍ରସାଦ ପଟ୍ଟନାୟକ ଜଣାଇଛନ୍ତି । କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ମାନରେ ଏଥର କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି କମିଟିର ସମ୍ପାଦକ ଅନୁପ ମହାନ୍ତି କହିଛନ୍ତି। ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ପ୍ରସାଦସେବନର ବ୍ୟବସ୍ଥା ରହିଛି। ମା’ଙ୍କ ସନ୍ଧ୍ୟା ଆଳତିରେ ଯୋଗଦେବା ପାଇଁ କମିଟିର ଉପଦେଷ୍ଟା ପ୍ରଦୀପ ଦେବତା ଅନୁରୋଧ କରିଛନ୍ତି |
ମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି
- Post published:April 7, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Swagatika Samantray
