ମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା

0

ଅନୁଗୁଳ: ଆଜି ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଦେବୀଙ୍କ ବିଲ୍ଵବରଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ ସ୍ମୃତି ଅନୁ ହୁତି ଧାମ ପକ୍ଷରୁ ପ୍ରଭୁ ସ୍ମୃତିର ସ୍ୱର୍ଣୀମ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ କ୍ରୀଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଗୁରୁ ଅଭୟ ରାୟ,ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ,ନୃତ୍ୟ ଗୁରୁ ଅନିତା ସିଂହ ଦେଓ,ସ୍ଵପ୍ନା ରାଣୀ ସିହ୍ନା,ସ୍ମୃତି ଅନୁଭୂତି ଧାମ ପକ୍ଷରୁ ମୀନତି ଭଉଣୀ,ଗୁରୁ ପ୍ରମିଳା ଦାସ ପ୍ରମୁଖ ଯୋଗ ଦେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ଚେତନା ଏବଂ ମଣିଷ ଜୀବନରେ କିପରି ସୁଖର ସନ୍ଧାନ କରାଯିବ ତାହା ଉପରେ ଆଲୋଚନା କରିଥିଲେ।

ପରେ କଟକରୁ ଆସିଥିବା ବିକେ ସୁଧୀର ଓ ନିବେଦିତା ଭଉଣୀ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସ୍ଥାନୀୟ ଶିଶୁ କଳାକାର ମାନେ ଆକର୍ଷଣୀୟ ନୃତ୍ୟ ବିଚିତ୍ରା ପରିବେଷଣ କରିଥିଲେ ।

Leave A Reply

Your email address will not be published.

error: Content is protected !!