ମା’ ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନ ତ୍ରିବିଡାକୁ ହରାଇ ଛେଣ୍ଡିପଦା ଚାମ୍ପିଅନ

You are currently viewing ମା’ ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନ ତ୍ରିବିଡାକୁ ହରାଇ ଛେଣ୍ଡିପଦା ଚାମ୍ପିଅନ

ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ସ୍ଥିତ ଜାମୁନାଳୀ ଗ୍ରାମରେ ମା’ ହିଙ୍ଗୁଳା କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

ଡ଼ିସେମ୍ବର ୨୪ ତାରିଖରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ। ଏଥିରେ ଛେଣ୍ଡିପଦା ଟିମ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଫାଇନାଲ ମ୍ୟାଚ ୩ ସେଟ ବିଶିଷ୍ଟ ହୋଇଥିଲା। ପ୍ରଥମ ସେଟରେ ନିର୍ଦ୍ଧାରିତ ୧୦ ଓଭରରେ ସାନ ତ୍ରିବିଡା ୬୮ ରନ ସଂଗ୍ରହ କରିଥିଲା। ୬୯ ରନର ବିଜୟ ଲକ୍ଷକୁ ଛେଣ୍ଡିପଦା ଟିମ ୫ ଓଭରରେ ସଂଗ୍ରହ କରିଥିଲା। ୨ୟ ସେଟରେ ନିର୍ଦ୍ଧାରିତ ୧୦ ଓଭରରେ ସାନତ୍ରିବିଡା ୧୨୮ ରନ ସଂଗ୍ରହ କରିଥିଲା। ଛେଣ୍ଡିପଦା ଟିମ ସମସ୍ତ ୱକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲା। ୩ୟ ସେଟ ନିର୍ଦ୍ଧାରିତ ୩ ଓଭରରେ ଛେଣ୍ଡିପଦା ଟିମ ୨୬ ରନ ସଂଗ୍ରହ କରିଥିଲା। ସାନତ୍ରିବିଡ଼ା ୧୪ ରନ ସଂଗ୍ରହ କରି ପାରିଥିଲା। ସାନତ୍ରିବିଡା ଟିମର ସିଲୁ ମ୍ୟାନ ଅଫ ସିରିଜ ଭାବେ ବିବେଚିତ ହୋଇଥିଲେ।

ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଆଇଟି ସେଲ ସଂଯୋଜକ ଅକ୍ଷୟ ପାଦ ବେହେରା, ବାଗଡିଆର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉମେଶ ଚନ୍ଦ୍ର ପ୍ରଧାନ, ଜଗଦିଶ ସାହୁ, ଯୁଗଳ କିଶୋର ଦେହୁରୀ, କ୍ରିଷ୍ଣ ଚନ୍ଦ୍ର ମାଝୀ,ଗ୍ରାମ ସଭାପତି ଭାସ୍କର ପ୍ରଧାନ, ପ୍ରମୋଦ ମାଝୀ, ସୁମନ୍ତ ପ୍ରଧାନ, ଦାମଦୋର ସାହୁ, ବିନୋଦ ମାଝୀ, ଏକାଦୁସିଆ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।

ଆୟୋଜକ ପକ୍ଷରୁ ଆନନ୍ଦ ପ୍ରଧାନ, ବାଟୁ ପ୍ରଧାନ, ସୁନୀଲ ଦେହୁରୀ, ଦିପୁ ସାହୁ, ଲିକୁ ଦେହୁରୀ, ବବୁଲୁ ନାୟକ, କାଁହୁ ବେହେରା, ଚିତ ବେହେରା, ଅମର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply