ଧୁମଧାମରେ ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ପାଳିତ, ଯାତ୍ରାରେ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

You are currently viewing ଧୁମଧାମରେ ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ପାଳିତ, ଯାତ୍ରାରେ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଧୋବାମଳିହା ଗାଁରେ ଶୁକ୍ରବାର ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରାମ ସଭାପତି ଶଙ୍କର୍ଷଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ପୂଜକ କୃଷ୍ଣ ନାଏକ ରୀତିନୀତି ଅନୁଯାୟୀ ପୂଜା କରିଥିଲେ।

ମା’ଙ୍କ ଏହି ଯାତ୍ରା ଅବସରରେ ବହୁ ଦୋକାନ ବଜାର ପଡ଼ିଥିବାରୁ ବହୁ ଭକ୍ତଙ୍କ ସମାଗମ ହୋଇଛି। ପୂଜା ପରେ ମୁଖ୍ୟ ଅତିଥି ଭାବେ ମୈତ୍ରୀ କମ୍ପାନୀର ଇଡି ସତ୍ୟନାରାୟଣ ଏ, ସରପଞ୍ଚ ପ୍ରଶାନ୍ତ କୁମାର ସେଠୀ, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ପ୍ରମୁଖ ଯୋଗ ଦେଇ ଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟ ପରେ ଉଭୟ ଦଣ୍ଡନୃତ୍ୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗାଁ ସମ୍ପାଦକ ବିପିନ ବିହାରୀ ନାଏକ, ବାସୁଦେବ ନାଏକ, ଗୋବିନ୍ଦ ନାଏକ, ସନ୍ତୋଷ ନାଏକ, ଗୋବର୍ଦ୍ଧନ ନାଏକଙ୍କ ସମେତ ଗାଁ କମିଟିର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଯାତ୍ରା ଦେଖିବାକୁ ଆଖପାଖ ଗାଁର ବହୁ ଲୋକ ଆସିଥିବା ଦେଖାଯାଇଛି।

Share

Leave a Reply