ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

You are currently viewing ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

ଅନୁଗୁଳ: ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ମହିଳା। ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର ଶତାଧିକ ମହିଳା ଶନିବାର ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି।

ମହିଳାମାନେ କହିଛନ୍ତି, ମଦ ପାଇଁ ଗାଁର ଯୁବକ ଓ ପୁରୁଷମାନେ କୁପଥଗାମୀ ହେଉଛନ୍ତି। ଏଣୁ ସେମାନଙ୍କୁ ସାବାଡ଼ କରିବାକୁ ଏବେ ମହିଳାମାନେ ରାସ୍ତାକୁ ଓହ୍ଲାଇ ଥିବା ଜଣାଯାଇଛି।

ତେବେ ଗାଁର ମହିଳାଙ୍କ ଏହି ନିଆରା ପ୍ରୟାସକୁ ପଞ୍ଚାୟତବାସୀ ପ୍ରଶଂସା କରିବା ସହ ସେମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏଭଳି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ମହିଳାମାନେ କହିଛନ୍ତି।

Share

Leave a Reply