ଅନୁଗୁଳ: ବଡ଼କେରା ପଞ୍ଚାୟତ ଦଳବେହେରା ସାହିରେ ଥିବା ଏକ ଦେଶୀ ମଦଭାଟିରେ ରବିବାର ଅପରାହ୍ନରେ ଗଣ୍ଡଗୋଳ ହୋଇ ଜଣେ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଦେଶୀ ମଦ ଭାଟିକୁ ଦଳବେହେରା ସାହିର ଜଣେ ବ୍ୟକ୍ତି ମଦ ଆଣିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ମଦଭାଟି କର୍ମଚାରୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଏହି ଗଣ୍ଡଗୋଳ ମାରପିଟର ରୂପ ନେଇଥିଲା। ଫଳରେ ହେବାରୁ ମଦ ଆଣିବା ପାଇଁ ଯାଇଥିବା ବ୍ୟକ୍ତି ଆହତ ହୋଇଛନ୍ତି। ଏ ନେଇ ସେ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଦଭାଟି କର୍ମଚାରୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।