ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ

You are currently viewing ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ରଙ୍ଗବେଡ଼ା ଗ୍ରାମରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମୋବାଇଲ ଟାୱାରରେ ଚଢ଼ି ମରିବାକୁ ଦେଲେ ଧମକ।

ସୂଚନା ମୁତାବକ, ମଙ୍ଗଳବାର ଦିନ ପୂର୍ବାହ୍ନରେ ଗ୍ରାମର ଶ୍ରୀକାନ୍ତ ଦେହୁରୀ ଓରଫ ନନ୍ଦିଆ (୨୩) ନିଶାସକ୍ତ ଅବସ୍ଥାରେ ଘର ସମ୍ମୁଖରେ ଥିବା ଏକ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇଥିଲା। ସେଠାରେ ସେ ଆତ୍ମହତ୍ୟା ଧମକ ଦେଇଥିଲା। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ଏନଟିପିସି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ ମାତ୍ର ସେ ଶୁଣି ନଥିଲା। ପାଖାପାଖି ୩ଘଣ୍ଟା ପରେ ସେ ଆପେ ତଳକୁ ଓହ୍ଲାଇଥିଲା। ପରେ ତଳେ ଥିବା ଅଗ୍ନିଶମବାହିନୀ ଓ ପୋଲିସ ତାକୁ ଧରିବା ସହ ମା’ଙ୍କୁ ହସ୍ତାନ୍ତର କରିଥିଲେ।

Share

Leave a Reply