ବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

You are currently viewing ବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରିପାଳ ଗାଁରେ ବାକି ଟଙ୍କାକୁ ନେଇ ୨ ଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇ ୨ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରିପାଳ ଗାଁର ଶମ୍ଭୁନାଥ ମାଝିଙ୍କର ଗଡ଼ମଣ୍ଡଳ ଠାରେ ଏକ ତେଜରାତି ଦୋକାନ ଅଛି। ଦୁଇ ବର୍ଷ ତଳେ ସେହି ଗାଁର ଅଟୋ ମାଲିକ ଶଙ୍କର୍ଷଣ ଗୋଛାୟତ ଶମ୍ଭୁଙ୍କ ଦୋକାନରୁ ୪ ଶହ ଟଙ୍କାର ଡିଜେଲ ବାକିରେ ନେଇଥିଲେ। ତେବେ ଏହି ବାକିଟଙ୍କା ପରିଶୋଧ କରିବାରେ ଶଙ୍କର୍ଷଣ ହେଳା କରୁଥିଲେ। ଏହି ବାକି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିଗୋଳ ହୋଇଥିଲା। ଶନିବାର ବାଗେଡିଆ ନିକଟରେ ଉଭୟଙ୍କ ଭେଟଘାଟ ହେବାରୁ ଶମ୍ଭୁନାଥ ଶଙ୍କର୍ଷଣଙ୍କୁ ବାକିଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ପାଟିଗୋଳ ମାଡ଼ପିଟ ଓ କାମୁଡ଼ାକୁମୁଡ଼ି ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଫଳରେ ଉଭୟେ ଆହତ ହୋଇଥିଲେ। ଉଭୟ ବାଗେଡ଼ିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ୨ଟି ମାମଲା ରୁଜୁକରି ଶମ୍ଭୁନାଥ ଓ ଶଙ୍କର୍ଷଣଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।

Share

Leave a Reply