ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବୁହା ଗାଡ଼ି ମହାପ୍ରୟାଣ ଗତ ସପ୍ତାହେ ହେଲା ଅଚଳ ହୋଇ ପଡ଼ିଛି। ସରକାରୀ ଫାଇଲ ହିସାବରେ ଏମ୍ଭିଆଇ ପାଖକୁ ଚିଠି ଲେଖା ଯାଇଛି। ସେଠାରୁ ଗାଡ଼ି ମରାମତି ନେଇ ଅନୁମୋଦନ ଚିଠି ଆସିଲେ ଗାଡ଼ି ମରାମତି ହେବା। ଏ କାମ ହେଲା ବେଳକୁ ଆହୁରି ସପ୍ତାହେ ପାଖାପାଖି ସମୟ ଲାଗିବ ।ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କୁହା ଯାଉଛି। କିନ୍ତୁ ଦୀର୍ଘ ଦିନ ହେବ ଗୋଟିଏ ଶବ ବୁହା ଗାଡ଼ି ଲୋକଙ୍କ ସେବାରେ ଆସି ପାରୁନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଘରୋଇ ଗାଡ଼ି ଚଢ଼ା ଦରରେ ନେଇ ଶୋଷଣ ଶିକାର ହେଉଛନ୍ତି। ଅନୁଗୁଳ ମେଡ଼ିକାଲର ଆବଶ୍ୟକତା ଅନୁସାରେ ଆଉ ଗୋଟିଏ ମହାପ୍ରୟାଣ ଗାଡ଼ିର ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନ ଏହି ଅସୁବିଧାକୁ ଉପଲବ୍ଧି କରି ଆଉ ଗୋଟିଏ ଗାଡ଼ି କିଣି ବାର ବ୍ୟବସ୍ଥା କଲେ ଲୋକେ ଦହଗଞ୍ଜ ରକ୍ଷା ପାଆନ୍ତେ ।
ମହାପ୍ରୟାଣ ଅଚଳ ଲୋକେ ଦହଗଞ୍ଜ
- Post published:July 22, 2022
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul