ଆଜି ବିଶ୍ବ ଫଟୋଗ୍ରାଫି ଦିବସ : ଫଟୋ ଉତ୍ତୋଳନକାରୀଙ୍କ ସୃଜନଶୀଳତାକୁ ପ୍ରଶଂସା କରିବାର ଦିନ

You are currently viewing ଆଜି ବିଶ୍ବ ଫଟୋଗ୍ରାଫି ଦିବସ : ଫଟୋ ଉତ୍ତୋଳନକାରୀଙ୍କ ସୃଜନଶୀଳତାକୁ ପ୍ରଶଂସା କରିବାର ଦିନ

ଅନୁଗୁଳ: ଆଜି ଅଗଷ୍ଟ ୧୯ ତାରିଖ ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ।

୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା ବିକଶିତ ହୋଇଥିଲା। ୧୯୩୯ ମସିହା ଆଜିର ଦିନରେ ଉକ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇଥିଲା। ସେହି ଦିବସକୁ ସ୍ମରଣ କରିବା ଲାଗି ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଉଛି। ଏହା ଫଟୋଗ୍ରାଫର୍‌ମାନଙ୍କୁ ବିଭିନ୍ନ କୌଶଳ, ରଚନା ଓ ଶୈଳୀ ସହ ପରୀକ୍ଷାନିରୀକ୍ଷା କରିବାକୁ ଉତ୍ସାହିତ କରିବା ସହ ଚିତ୍ରୋତ୍ତୋଳନକୁ କଳାର ଏକ ବୈଧ ରୂପ ଭାବେ ପ୍ରତିପାଦନ କରିଥାଏ। ଏ ଅବସରରେ ଉତ୍ସାହୀ ଫଟୋଗ୍ରାଫର୍‌ ଓ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଫଟୋ ଓ ପଛର କାହାଣୀ ସମ୍ପର୍କରେ ଭାବ ବିନିମୟ କରିବାର ଅବସର ପାଇଥାନ୍ତି।

Share

Leave a Reply