ଅନୁଗୁଳରେ ହ୍ରାସ ପାଉଛି ଏଚ୍‌ଆଇଭି ସ˚କ୍ରମଣ

0

ଅନୁଗୁଳ: ଜିଲ୍ଲାରେ ଏଡ୍‌ସ ଏବ˚ ଏଚ୍‌ଆଇଭି ସ˚କ୍ରମଣ ସ˚ପ୍ରତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସ˚କ୍ରମଣ ହାର ସଙ୍ଗେ ତାଳ ଦେଇ ଅନୁଗୁଳର ସ˚କ୍ରମଣ ହାର କମିବାରେ ଲାଗିଛି। ଡାପ୍‌ସୁ ଏବ˚ ବିଭିନ୍ନ ଏନ୍‌ଜିଓ ପକ୍ଷରୁ ଜନସଚେତନତା ଏବ˚ ନିରାପଦ ରକ୍ତ ସଞ୍ଚରଣ ପଦ୍ଧତି ହେତୁ ଏହି ସଫଳତା ମିଳିଛି।
ରାଜ୍ୟରେ ୨୦୧୪-୧୫ରେ ୩୩୫୭ ଜଣ ଏଚ୍‌ଆଇଭିରେ ସ˚କ୍ରମିତ ହୋଇଥିବା ବେଳେ ୨୦୧୬-୧୭ରେ ୩୩୦୭, ୨୦୧୭-୧୮ରେ ୩୨୯୯ ଏବ˚ ୨୦୧୮-୧୯ରେ ୩୨୦୯ ଜଣ ସ˚କ୍ରମିତ ହୋଇଥିବା ଜଣାପଡ଼ିଛି। ମୋଟ ୬୪୦ କଲେଜରେ ରେଡ୍‌ ରିବନ କ୍ଲବ୍‌ ପ୍ରତିଷ୍ଠା ସହ ମହିଳା ସେକ୍ସ ୱାର୍କର, ଟ୍ରକ୍‌ ଡ୍ରାଇଭର, ହେଲ୍‌ପର ମାନଙ୍କୁ ସଚେତନ କରାଇବା ଦ୍ବାରା ରୋଗକୁ ରୋକାଯାଇପାରିଛି। ଅନୁଗୁଳରେ ୨୦୦୩ରୁ ବର୍ତ୍ତମାନ ସୁଦ୍ଧା ମୋଟ ୮୦ ଜଣ ପୁରୁଷ, ୭୬ ଜଣ ବାଳକ, ୧୨୪୩ ଜଣ ମହିଳା, ୬୫୧ ଜଣ ବାଳିକା, ଏହିପରି ମୋଟ ୨୦୫୦ ଜଣ ଏଚଆଇଭି ସ˚କ୍ରମିତ ହୋଇଥିବା ବେଳେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ରୋଗ ଭୟାବହତା ସମ୍ପର୍କରେ ଅବଗତ କରାଯାଇଛି। ଜିଲ୍ଲା ମଧ୍ୟରେ ଆଇସିଟିସି ଜରିଆରେ ନିଃଶୁଳ୍କ ରକ୍ତ ପରୀକ୍ଷା କରାଯାଇ ଏଚ୍‌ଆଇଭି ସ˚କ୍ରମିତମାନଙ୍କୁ ପରାମର୍ଶ ଏବ˚ ଏଆର‌୍‌ଟି ସେଣ୍ଟର ଜରିଆରେ ଔଷଧ ଯୋଗାଇ ଦିଆଯାଉଛି। ଜିଲ୍ଲା ପ୍ରଶାସନ, ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ଉଦ୍ୟୋଗ ଏହି ଅଭିଯାନରେ ସାମିଲ୍‌ ହୋଇ ସହାୟତାର ହାତ ବଢାଇଛନ୍ତି।

Leave A Reply

Your email address will not be published.

error: Content is protected !!