ଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ

You are currently viewing ଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ

ଭୁବନେଶ୍ୱର/ଅନୁଗୁଳ: ଆଜି ‘ବିଶ୍ୱ ହୃଦୟ ଦିବସ’। ପ୍ରତିବର୍ଷ ସେପ୍ଟେମ୍ବର ୨୯ ଡିସେମ୍ବରକୁ ‘ୱାର୍ଲ୍ଡ ହାର୍ଟ ଡେ’ ଭାବେ ପାଳନ କରାଯାଏ। ହୃଦୟକୁ ସୁସ୍ଥ ରଖିବା ତଥା ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷର ବିଶ୍ୱ ହୃଦୟ ଦିବସ ଥିମ ରହିଛି- Use Heart for Every Heart।

ଏବେ ସାରା ଦୁନିଆରେ ଅଧିକାଂଶ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। ହାର୍ଟ ଆଟାକ ଏବେ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ପାଇଁ ହୃଦ ସମ୍ବନ୍ଧୀୟ ରୋଗ ବଢିଚାଲିଛି। ଏପରି ସ୍ଥିତିରେ ଏକ ସୁସ୍ଥ ଜୀବନ ପାଇଁ ଆମେ ଆମର ହୃଦୟର ଯତ୍ନ ନେବା ଆବଶ୍ୟକ। ଆଜିକାଲି ଅନେକ କମ୍ ବୟସର ଲୋକଙ୍କର ହୃଦ୍‌ଘାତରେ ପୀଡିତ ଥିବା ଦେଖିବାକୁ ମିଳୁଛି। ନିକଟରେ ଅନେକ ବଲିଉଡ଼ କଳାକାର ମଧ୍ୟ ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ନିୟମିତ ଯୋଗ ପ୍ରାଣାୟାମ କରିବା ସହ ଉତ୍ତମ ଖାଦ୍ୟ ଖାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳିତ ହେଉଛି ବିଶ୍ୱ ହୃଦୟ ଦିବସ।

Share

Leave a Reply