ଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

You are currently viewing ଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

ଆଠମଲ୍ଲିକ: ମନଜୋର ମଧ୍ୟମ ଜଳସେଚନ ବିଭାଗର ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଛି। ଏହା ଦ୍ୱାରା ୨୦୧୩.୫ ହେକ୍ଟର ଚାଷଜମି ଜଳସେଚିତ ହେବ ଓ ସମୁଦାୟ ୫୧.୭୧ କୋଟିର ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା। ଗୁରୁ ମହାରାଜ ଇଞ୍ଜିକନ ପ୍ରାଇଭେଟ ଲିମିଟେଡ଼ ନାମକ ଠିକାସଂସ୍ଥା ଟେଣ୍ଡର ପାଇଥିଲେ। ଇତି ମଧ୍ୟରେ ୧୯୫୬ ହେକ୍ଟରର ଡିଜାଇନ ସରିଛି। ବାକି ୫୭ ହେକ୍ଟର ଜଳସେଚନ କାମ ପ୍ଲାନିଂ ଓ ଡିଜାଇନ ଆସିଲାପରେ ହେବ।

ଭୂମିପୂଜା ଉତ୍ସବରେ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ନାୟକ, ପୁରୁଣାମାଣତ୍ରୀ ସରପଞ୍ଚ ମମତା ପାତ୍ର, ସମିତିସଭ୍ୟା ବନିତା ସାହୁ, ନଅଗାଁ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ଦେହୁରୀ, ସମିତିସଭ୍ୟା ପ୍ରତିମା ଦେହୁରୀ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, କାଉନସିଲର ଇବ୍ରାହିମ ଖାନ, ମଞ୍ଜରୀ ଦନ୍ତା, ସିଲି ମୁଣ୍ଡା, ପ୍ରୀତି ନାଏକ ଓ ଠିକାସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ।

Share

Leave a Reply