ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହାତ୍ମା ଗାନ୍ଧୀ ରହଣି ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଟ୍ରଷ୍ଟର ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଡାକ ବଙ୍ଗଳାରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଆମ୍ବ ତୋଟା ପରିସରରେ ଆୟୋଜିତ ସଭାରେ ଅତିଥିଭାବେ ଅନୁଗୁଳ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ, କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା, କିଶୋରନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ୧୯୪୫ ମସିହା ମେ ୫ ରେ ଝାରସୁଗୁଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ବାମୁରରେ ରାତ୍ରିଯାପନ କରିବା ସହ ଗ୍ରାମବାସୀଙ୍କୁ ନିଶା ନିବାରଣ ସମ୍ପର୍କରେ ସଚେତନତା କରାଇଥିଲେ। ଏହି ରହଣି ସ୍ମୃତିରେ ପ୍ରତିବର୍ଷ ରହଣି ସଭା କରାଯାଉଛି।