ଝିଅର ଏକୋଇଶା ପୂର୍ବରୁ ଲିଭିଲା ବାପାଙ୍କ ଜୀବନ ଦୀପ, ବାଇକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ

You are currently viewing ଝିଅର ଏକୋଇଶା ପୂର୍ବରୁ ଲିଭିଲା ବାପାଙ୍କ ଜୀବନ ଦୀପ, ବାଇକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଶୁକ୍ରବାର ସନ୍ଧ୍ୟାରେ କୋଶଳ ନିକଟସ୍ଥ ଭାଗଲକଟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛେଣ୍ଡିପଦା ଥାନା ବରପଦା ଅଞ୍ଚଳର ଶ୍ରୀଧର ନାଏକ।

ସୂଚନାନୁଯାୟୀ, ଶ୍ରୀଧର ନିଜ ଝିଅର ଏକୋଇଶା ପାଇଁ ନାମ ସଂକୀର୍ତ୍ତନ ଦଳ ବୁଝିବାକୁ ଭାଗଲକଟା ଯାଇ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ସମସ୍ତଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀଧରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଚଳାଇଛି।

Share

Leave a Reply