ଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

You are currently viewing ଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ। ଏନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’।

ସ୍ଥାନୀୟ ପାପସରା ଗ୍ରାମର ସୁବାସିନି ସାହୁ (୩୦) ଙ୍କୁ ତାଙ୍କ ସ୍ଵାମୀ ପଳଉ ପ୍ରଧାନ ଯୌତୁକ ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ସୁବାସିନିଙ୍କ ମା’ ଚିନା ସାହୁ ଶନିବାର ଦିନ ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ଟାଙ୍ଗିଆ ଚୋଟରେ ସୁବାସିନି ଗୁରୁତର ହୋଇ କିଶୋରନଗର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ କେସ ନମ୍ବର ୨୪୩ /୨୫ ରେ ଏକ ମାମଲା ରୁଜୁ କରିଛି। ଉଭୟେ ପ୍ରେମ ବିବାହ କରିଥିଲେ। କିନ୍ତୁ କିଛି ମାସ ହେବ ପଳଉ ତାଙ୍କ ଘରୁ ଯୌତୁକ ଟଙ୍କା ଆଣିବା ପାଇଁ କହିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏବେ ଗୁରୁତର ଅବସ୍ଥାରେ ସୁବାସିନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share

Leave a Reply