ଇନଷ୍ଟାଗ୍ରାମରେ ଖଣ୍ଡା ପ୍ରଦର୍ଶନ କରି ଧମକ ଦେବା ପଡ଼ିଲା ମହଙ୍ଗା: ୩ ଗିରଫ

You are currently viewing ଇନଷ୍ଟାଗ୍ରାମରେ ଖଣ୍ଡା ପ୍ରଦର୍ଶନ କରି ଧମକ ଦେବା ପଡ଼ିଲା ମହଙ୍ଗା: ୩ ଗିରଫ

ଅନୁଗୁଳ: ସୋସିଆଲ ମିଡିଆରେ ହିଂସାର ପ୍ରଚାର କରୁଥିବା ଯୁବକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଅନୁଗୁଳ ପୋଲିସ। ଇନଷ୍ଟାଗ୍ରାମ ରିଲ୍‌ରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଆଧାର କରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ନିକଟରୁ ଖଣ୍ଡା, ଚାପଡ଼ ଏବଂ ଭିଡିଓ ଅପଲୋଡ୍‌ରେ ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରିଛି। ଅନୁଗୁଳ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।

Share

Leave a Reply