ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ଆଠମଲ୍ଲିକ ଅଂଚଳର ବୁଦ୍ଧୁ ବେହେରା (୨୩) ଓ ବୌଦ୍ଧ ଅଞ୍ଚଳର ଭରତ ବେହେରା (୩୮)।
ସୂଚନା ମୁତାବକ, ଅବକାରୀ ବିଭାଗ ଅଧିକାରୀ ଉମାକାନ୍ତ ସ୍ୱାଇଁ କୌଣସି ସୂତ୍ରରୁ ଖବର ପାଇ ବସଷ୍ଟାଣ୍ଡରେ ଚଢ଼ଉ କରିଥିଲେ। ତାଳଚେର ବସଷ୍ଟାଣ୍ଡ ନିକଟରୁ ଜଣେ ଓ ପବିତ୍ର ନଗରରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ୮କେଜି ଶହେ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା ହେବ ଜଣାପଡ଼ିଛି।