ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’, ଥରେ ଚାର୍ଜ ହେଲେ ଗଡ଼ିବ ୧୨୩ କିମି

You are currently viewing ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’, ଥରେ ଚାର୍ଜ ହେଲେ ଗଡ଼ିବ ୧୨୩ କିମି

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କରିଛି ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’। ଏହି ଦୁଇ ଚକିଆ ଗାଡ଼ିଟି ମେଟାଲରେ ନିର୍ମିତ ହେବା ସହ ଅତ୍ୟାଧୁନିକ ସେବା ପ୍ରଦାନ କରୁଛି। ଏହାର ଷ୍ଟାଇଲ ବଜାଜର ଅନ୍ୟ ସବୁ ଗାଡ଼ିଠୁ ଭିନ୍ନ। ଥରେ ଚାର୍ଜ ହେଲେ ବଜାଜର ଏହି ଇ-ସ୍କୁଟର ୧୨୩ କିଲୋମିଟରର ମାଇଲେଜ ଦେଇଥାଏ। ଏହି ସ୍କୁଟର ୫ ଟି ରଙ୍ଗରେ ଉପଲବ୍ଧ ଅଛି ଯଥା: ରେସିଂ ରେଡ୍, ସାଇବର ହ୍ଵାଇଟ, ବ୍ଲାକ୍, ହଳଦିଆ ଓ ନୀଳ।

ଏହି ଇ- ସ୍କୁଟରରେ ରଙ୍ଗୀନ ଡିଜିଟାଲ୍ କନସୋଲ୍, ଆଲୋଇ ବଡି, ଚକ ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି ଆଦି ରହିଛି। ଯାହା ଯାତ୍ରାକୁ ଅଧିକ ଆରାମଦାୟକ କରିବ।

ଗ୍ରାହକ ମାତ୍ର ୯୫,୯୯୮ ଟଙ୍କାରେ ଚେତକ ୨୯୦୧ କୁ ଘରକୁ ଆଣିପାରିବେ। ଏଥିସହ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ୧୪,୪୦୦ ଟଙ୍କାର ସବସିଡି ପାଇବେ।

ବଜାଜର ଏହି ଇ- ସ୍କୁଟରର ବଜାର ପ୍ରବେଶ ଅବସରରେ ଯମୁନା ଅଟୋର ପାର୍ଟନର ଗିରିଜା ଶଙ୍କର ଅଗ୍ରୱାଲ କହିଛନ୍ତି, ଚେତକ ୨୯୦୧ ଏକ ଡିଜାଇନର ଇ- ସ୍କୁଟର, ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ। ଏହାର ଅନ୍ୟାନ୍ୟ ଆଧୁନିକ ଫିଚର୍ ଗ୍ରାହକଙ୍କୁ ନିଶ୍ଚୟ ଆକର୍ଷିତ କରିବ। ବର୍ତ୍ତମାନ ପେଟ୍ରୋଲ ଗାଡ଼ି ଦେଉଥିବା ଫିଚର୍ ଠାରୁ ଢେର ଅଧିକ ଫିଚର୍ ଚେତକ ଦେଉଛି। ଏଣୁ ତୁରନ୍ତ ଭଲ ଅଫର ସହ ଏହି ଇ-ସ୍କୁଟର କିଣି ନେବାକୁ କହିଛନ୍ତି ଶ୍ରୀ ଅଗ୍ରୱାଲ।

ଏହି କାର୍ଯ୍ୟକ୍ରମରେ ଯମୁନା ଅଟୋର ଅନ୍ୟ ପାର୍ଟନର ସନ୍ତୋଷ ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଶୋ’ରୁମ୍ କର୍ମଚାରୀ ଏବଂ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply