ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପୂର୍ବରୁ ହେବାକୁ ଥିବା ମଶାଲ ଶୋଭାଯାତ୍ରା ଚଳିତ ମାସ ୭ ତାରିଖ ପରିବର୍ତ୍ତେ ୮ ତାରିଖରେ କରାଯିବ ବୋଲି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା: ପାଳଲହଡ଼ାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ଶିବ ମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର ଏବଂ ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଲକ୍ ପରିକ୍ରମା କରି ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବ।
ସୂଚନାଯୋଗ୍ୟ ଯେ ଚଳିତ ମାସ ୧୨ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଜିଲ୍ଲା ମହୋତ୍ସବ ଆୟୋଜିତ ହେବ। ଏ ଅବସରରେ ୫ ଦିନ ଧରି ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ପଲ୍ଲିଶ୍ରୀ ମେଳା ପଡ଼ିବ।