ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଣିତ ଶିକ୍ଷକ ପ୍ରମୋଦ କୁମାର ଦେହୁରୀ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଶାଶ୍ୱତ ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।ଛାତ୍ରଛାତ୍ରୀଙ୍କ ମନରେ ଗଣିତ ପ୍ରତି ଆଦର ବଢ଼ାଇବା ତଥା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ଗଣିତ କୁଇଜ୍ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରୀ ଇପ୍ସିତା ପରିଡ଼ା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଆୟସା ଅନନ୍ୟା ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ କବିତା ମାଧ୍ୟମରେ ଗଣିତଦିବସର ବୈଶିଷ୍ଟ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଗଣିତ ଦିବସ ପାଳିତ
- Post published:December 23, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
