ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

0

ଅନୁଗୁଳ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ମଙ୍ଗଳବାର ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲ‌ୋଚନା ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଫେବୃଆରୀରେ ବୋର୍ଡ ପରୀକ୍ଷା କରାଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିର‌େ ରଖି ଜାନୁଆରୀ ଓ ଫେବୃଆରୀରେ ପରୀକ୍ଷା କରିବା ସମ୍ଭବ ନୁହେଁ। ହେଲ‌େ ପରୀକ୍ଷା କେବେ ହେବ, ସେନେଇ ଫେବୃଆରୀ ପର‌େ ବିଚାର କରାଯିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସ୍ଇ ବୋର୍ଡ ପରୀକ୍ଷା ଅନଲାଇନର‌େ ହେବ ନାହିଁ। ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା କାଗଜ-କଲମର‌େ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ। ଅନଲାଇନର‌େ ବୋର୍ଡ ପରୀକ୍ଷା ପାଇବା ପାଇଁ କୗ‌େଣସି ପ୍ରସ୍ତାବ ନାହିଁ ବୋଲି ସିବିଏସ୍ଇ ଅଧିକାରୀ ସ୍ପଷ୍ଟ କରିଛନ୍ତି।

online coaching

Leave A Reply

Your email address will not be published.