ମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

You are currently viewing ମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

ଅନୁଗୁଳ: ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ,ଓଡିଶା ପକ୍ଷରୁ ହାଇସ୍କୁଲ
ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ରାଜ୍ୟର ଫଳାଫଳ ୯୦. ୭୯ ପ୍ରତିଶତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାର ଫଳାଫଳ ୯୩.୬୦ ପ୍ରତିଶତ ହୋଇଛି। ରିପୋର୍ଟ ମୁତାବକ ଜିଲ୍ଲାର ୨୬୨ ଟି ସ୍କୁଲର ୧୬୪୭୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୬୨୨୫ ଜଣ ପାସ କରିଥିଲେ।୩ ଜଣ କପି କରି ଫେଲ ହୋଇଥିଲେ। ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ ୱାନରେ ୨୪୦ ଜଣ,ଏ ଟୁରେ ୧୭୯୮, ବି ୱାନରେ ୩୯୧୩, ବି ଟୁରେ ୪୩୯୮ ଜଣ, ସି ଗ୍ରେଡରେ ୩୪୪୨, ଡି ଗ୍ରେଡରେ ୧୮୧୮, ଇ ଗ୍ରେଡରେ ୬୧୬ ଜଣ ପାସ କରିଥିବା ବେଳେ ୨୫୧ ଜଣ ଫେଲ ହୋଇଛନ୍ତି। ସେହିଭଳି ୩୯ ଟି ସ୍କୁଲର ଛାତ୍ର ଛାତ୍ରୀ ଏକ୍ସ ରେଗୁଲାର ଭାବେ ପରୀକ୍ଷା ଦେଇଥିବା ବେଳେ କେହି ଏ କିମ୍ବା ବି ଗ୍ରେଡରେ ପାଶ କରିନାହାନ୍ତି। ଏହି ବିଭାଗରେ ମୋଟ ୫୭.୩୨ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି ।

Share

Leave a Reply