ଅନୁଗୁଳ: ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ତାଳଚେର ଏମ୍ ସିଏଲ୍ ସୁଭଦ୍ରା ଏରିଆରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନ ଅନୁଯାୟୀ ସ୍ଥାୟୀ କୋଠା, ସମସ୍ତ ଶିକ୍ଷକ କର୍ମଚାରୀଙ୍କ ନିମନ୍ତେ କ୍ୱାର୍ଟର୍ସ ଏବଂ ପରିଚାଳନାଗତ ସମସ୍ତ ଖର୍ଚ୍ଚ ଏମ୍ସିଏଲ୍ ସୁଭଦ୍ରା ଖଣି କର୍ତ୍ତୃପକ୍ଷ ପକ୍ଷରୁ ବହନ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ପ୍ରତ୍ୟେକ ଶ୍ରେଣୀରେ ଗୋଟିଏ ଲେଖାଏଁ ସେକ୍ସନ୍ ରହିବ। ବୁଧବାର ଏହି ନିର୍ଦ୍ଦେଶାବଳୀ ଜାରି ହୋଇଥିବା ବେଳେ ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି।
ଚଳିତ ଶିକ୍ଷାବର୍ଷରୁ ଏମ୍ସିଏଲ୍ ସେଣ୍ଟ୍ରାଲ୍ ସ୍କୁଲ
- Post published:May 20, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
