ଏମସିଏଲ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ଏମସିଏଲ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମସିଏଲ କଣିହାଁ କୋଇଲା କ୍ଷେତ୍ର ପକ୍ଷରୁ ସ୍ଥାନୀୟ ଟାଇମିଂ ଅଫିସ ନିକଟସ୍ଥ ବିଶ୍ରାମ କକ୍ଷ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ ୫୯ ୟୁନିଟ୍ ରକ୍ତ ସଂଗୃହୀତ କରିଥିଲେ। ଶିବିରରେ ମୁଖ୍ୟ ଅତିଥି ଭାବରେ କଣିହାଁ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ନରେଶ ସିଂହ ଯୋଗ ଦେଇ ଉଦଘାଟନ କରିଥିଲେ। ଏମସିଏଲ କଣିହାଁ ମେଡିକାଲର ଡାକ୍ତର ସୁରେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଜିଏମ (ଖନନ), ଦିନେଶ କୁମାର ମାଳି, ପ୍ରକଳ୍ପ ଅଧିକାରୀ ଅକ୍ଷୟ କୁମାର ଦାସ, ବରିଷ୍ଠ ଅଧିକାରୀ, ବିଭିନ୍ନ ୟୁନିୟନର ପ୍ରତିନିଧି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାରର ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀଙ୍କ ତତ୍ତ୍ଵାବଧାନରେ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମସିଏଲ ସଂଜୀବନୀ ମହିଳା ମଣ୍ଡଳର ସଭାନେତ୍ରୀ ଅର୍ଚ୍ଚନା ରଣା, ସମ୍ପାଦିକା ଇପାଲି ଅପରାଜିତା ଦାଶ, ସହ ସଂପାଦକ ନର୍ମଦା ବେହେରା , କୋଷାଧ୍ୟକ୍ଷ ରାଜଲକ୍ଷ୍ମୀ ନିୟୋଗି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply