୨୧ରେ ଭାରତ ବନ୍ଦ! ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ଦେଲା ଡାକରା

You are currently viewing ୨୧ରେ ଭାରତ ବନ୍ଦ! ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ଦେଲା ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଏସଟି ଏସସି ସମନ୍ୱୟ ସମିତି ପକ୍ଷରୁ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନ ନେଇ କିଶୋରନଗର ବ୍ଲକ ବଇଣ୍ଡା ଠାରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଛି।

ଶରଧାମୁଣ୍ଡା ଠାରେ ଷୋଳପଦା ପ୍ରାଙ୍ଗଣରେ କୋଡ଼ା ସମାଜ ପକ୍ଷରୁ ସଭାପତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭା ଆୟୋଜିତ ହୋଇଥିଲା।
ବୈଠକରେ ଶାନ୍ତି ଶୃଙ୍ଖଳାର ସହ କିପରି ବନ୍ଦ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ସୁପ୍ରିମକୋର୍ଟ ଏକ ମାମଲା ବିଚାର କରି ଏସିଏସଏଟି ସଂରକ୍ଷଣରେ ଯେଉଁ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି ତାହା ଘୋର କ୍ଷତି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।
ସଭାରେ ସିନ୍ଧିଆ ଦେହୁରୀ, ଶଙ୍କର ମାଝୀ, ଶ୍ରୀରାମ ପ୍ରଧାନ, ଯାଦବ ପ୍ରଧାନ, ମିଲୁ ପ୍ରଧାନ, ଦୁଃଖିଆ ମାଝୀ, ବିପିନି ବେହେରା, କୈଳାଶ ପ୍ରଧାନ, ରଞ୍ଜନ ପ୍ରଧାନ, ପିତାମ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply