ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ର ସଦସ୍ୟ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

You are currently viewing ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ର ସଦସ୍ୟ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଅନୁଗୁଳ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନାଲକୋ ଏଲ.ଏ.ପି./ଆଇ. ଟି. ଆଇ. ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ସମୟରେ ନୂତନ ନିର୍ବାଚିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ଥିଲେ।

ଏହି ଅବସରରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) କ୍ଷତିଗ୍ରସ୍ତ ପ୍ରଜାସଂଘର ଏକ ୨୦ ଜଣିଆ ପ୍ରତିନିଧି ମଣ୍ଡଳୀ ସଭାପତି ଦିବ୍ୟ ରଂଜନ ଦାସ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ, କାର୍ଯ୍ୟକାରୀ ସଭାପତି ସୋଭାଗ୍ୟ ସାହୁ, ଉପସଭାପତି ଯୋଗେଶ ସାମଲ, ସମ୍ପାଦକ ପାଣ୍ଡବ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଜ୍ୟୋତି ରଞ୍ଜନ ବେହେରା, ସୁଶାନ୍ତ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପୃଷ୍ଟି, ସନ୍ତୋଷ ବେହେରା, ପ୍ରଶ୍ନ ସେନାପତି, ପ୍ରଶାନ୍ତ ବେହେରା, ଶ୍ରୀକାନ୍ତ ସାହୁ, ତାପସ ଲେଙ୍କା, ଆନନ ବିଶ୍ୱାଳ, ମହିଳା ନେତ୍ରୀ ବନିତା ପ୍ରଧାନ, ଆରତୀ ନାଏକ, ସୁଶ୍ରୀ ବୈଦ୍ୟ, କୁମୁଦିନୀ ମହାରଣା, ଅନୁଗୁଳ ବିଜେପି ଉପସଭାପତି ଅମୀୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସାକ୍ଷାତ ସମୟରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) ୧୯୮କ୍ଷତିଗ୍ରସ୍ତ ପ୍ରଜା କିପରି ନାଲକୋ କାରଖାନାରେ ସ୍ଥାୟୀ ନିଯୁକ୍ତି ସୁଯୋଗ ପାଇବେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଂଘ ପ୍ରତିନିଧି ମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏ ନେଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Share

Leave a Reply