ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଦୈନିକ ୪ ଦୁଷ୍କର୍ମ, ୬ ମହିଳାଙ୍କୁ ଅପହରଣ ହେଉଛି। ଏଥିସହ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଯାହାକି ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ବୋଲି ପ୍ରମାଣିତ କରିଛି। ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ବହିଷ୍କାର କରିବା, ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି। କେନ୍ଦ୍ର ସରକାର ୨୦୧୮ ମସିହାରେ ପ୍ରତ୍ୟେକ ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ଉପରେ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ୨୦୨୦ରେ ଖୋଲା ଯାଇଛି। ପୁଲିସ ମୁଖ୍ୟାଳୟରେ ଜଣେ ବରିଷ୍ଠ ଅଫିସରଙ୍କୁ ଦାୟିତ୍ୱ ଦିଆ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ସେଭଳି ଅଫିସର ନିଯୁକ୍ତି ହୋଇ ନାହାଁନ୍ତି ବୋଲି ବିଜେପି ମୋର୍ଚ୍ଚା ଅଭିଯୋଗ କରିଛି। ବିଜେପି ନେତ୍ରୀ ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ସୁଚିସ୍ମିତା ତ୍ରିପାଠୀ, ସୁଜାତା ଦାସ, ଅପର୍ଣ୍ଣା ସାହୁ, ରୋଜାଲୀନ ଦାସ, ନିରୋଜ ନଳିନୀ ମହାଳିକ, ସଂଯୁକ୍ତା ମହାରଣା, ରିତାରାଣୀ ସାମନ୍ତ, ସରିତା ମିଶ୍ର, ସୁଜାତା ସାହୁ, ତିଳତମା ସାମନ୍ତ, ନମିତା ଦଳ ବେହେରା, ଲିନାରାଣୀ ବେହେରା, ଶୋଭାଗିନୀ ପ୍ରଧାନ, ରଂଜିତା ନାଏକ, ଜୁଲି ରାଣୀ ସ୍ୱାଇଁ, ଉର୍ମିଳା ନାଏକ, ମାଧବୀ ମହାପାତ୍ର ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର
- Post published:December 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
