ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରୁ ଅପହୃତ ନାବାଳକ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ମୁତାବକ, ମହାଦେବ ବିହାର ଅଞ୍ଚଳର ୭ବର୍ଷର ନାବାଳକକୁ ବଳପୂର୍ବକ ଅପହରଣ କରାଯାଇଥିବା ନେଇ ତାଙ୍କ ମା’ ସରସ୍ୱତୀ ସାହୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଏସଡ଼ିପିଓଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଛାନଭିନ୍ କରି ଢେଙ୍କାନାଳ ଜିଲ୍ଲା ଭାପୁର ଠାରୁ ସେମାନଙ୍କୁ ଧରିଥିଲେ। ଅପହରଣକାରୀ ହେଲେ ବାଲେଶ୍ୱର ଅଂଚଳର ଏସକେ ରହିମ ଓ ଯାଜପୁର ଅଂଚଳର ସାଗର ମଲ୍ଲିକ।
ସେମାନଙ୍କ ନିକଟରୁ ନାବାଳକକୁ ଉଦ୍ଧାର କରିବା ସହ ଏକ କଳାରଙ୍ଗର ସ୍କର୍ପିଓ ( ଓଡି ୦୧ଏମ-୩୬୪୧) ଜବତ କରିଥିଲା ପୋଲିସ। ଦୁଇ ଅପହରଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।