ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର ବଗଚର ଗ୍ରାମରେ ନାଗ ସାପ ଚୋଟରେ ଏକ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲ୍ଲୀପ ନାଏକଙ୍କ ପାଞ୍ଚ ବର୍ଷର ପୁଅ ଦିବ୍ୟାଂଶୁ ନାଏକ।
ଦିବ୍ୟାଂଶୁ ଆଜି ସକାଳ ନିତ୍ୟକର୍ମ ସାରି ଘର ଆଗରେ ଏକ ଖଟିଆରେ ବସିଥିଲେ। ଖଟିଆରୁ ଓହ୍ଲାଇବା ବେଳେ ତଳେ ଲୁଚି ଥିବା ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ଦିବ୍ୟାଂଶୁଙ୍କ ଚିତ୍କାର ଶୁଣି ବାପ- ମା’ ଆସି ତାକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ତାର ମୃତ୍ୟୁ ଘଟିଥିଲା। ପୋଲିସ ମୃତ ଦେହକୁ ଜବତ କରି ବ୍ଯବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି।
ଖବର ପାଇ ଗ୍ରାମର ପୂର୍ବତନ ସରପଞ୍ଚ ଉଚ୍ଛବ ଦେହୁରୀ, ସମିତି ସଭ୍ୟ ଓ ବିଜେପି ବିଜେଡି ଦଳୀୟ କର୍ମୀ ଦିବ୍ୟାଂଶୁଙ୍କ ପରିବାର ପାଖରେ ପହଞ୍ଚି ସାନ୍ତ୍ୱନା ଦେଇଥିଲେ।


