ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଦେଓପୋଷ ଗାଁର ପଞ୍ଚାନନ ସାମଲଙ୍କ ପୁଅ ଟିକୁ ଓରଫ ବାଇଂଠୁ ସାମଲ (୨୧)।
ସୂଚନା ଅନୁସାରେ ଗତ ୨୪ ତାରିଖରେ ପାଳଲହଡ଼ା ଅଞ୍ଚଳରେ ଘରେ କେହି ନଥିବା ବେଳେ ନାବାଳିକାକୁ ଟିକୁ ଅପହରଣ କରି ନେଇଯାଇଥିଲା। ବାପା- ମା’ ଘରକୁ ଫେରି ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପାଳଲହଡ଼ା ପୋଲିସ ନାବାଳିକା ଝିଅକୁ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ଦେଓପୋଷ ଗାଁରୁ ଉଦ୍ଧାର କରିଥିଲା।
ନାବାଳିକା ଝିଅର ବୟାନ ଅନୁସାରେ, ଅଭିଯୁକ୍ତ ଟିକୁ ତାଙ୍କୁ ଘରୁ ଉଠାଇ ଆଣି ଶାରୀରିକ ସମ୍ପର୍କ ରଖିଥିଲା। ଅଭିଯୋଗ ପରେ ପୋଲିସ ପୋକସୋ ଆଇନ ଅନୁଯାୟୀ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଅନୁଗୁଳ ସ୍ଵତନ୍ତ୍ର ଅଦାଲତକୁ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଦୀପ ମହାନ୍ତ ସୂଚନା ଦେଇଥିଲେ।