ମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଲୁଟ୍ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରା ଗିରଫ

You are currently viewing ମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଲୁଟ୍ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରା ଗିରଫ

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ହୋଇଥିବା ଚୋରି ମାମଲାରେ ପୋଲିସ ହୁଲୁରିସିଂହା ଘାସିସାହିର ସୁବାସ ବେହେରା(୨୬)ଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଅନୁଗୁଳ ଟାଉନ ଥାନା ସୌଭାଗ୍ୟନଗର ୪ର୍ଥ ଲାଇନରେ ରହୁଥିବା ସରୋଜ କୁମାର ସାହୁଙ୍କ ଘରୁ ଗତ ସେପ୍ଟେମ୍ବର ମାସରେ ଦୁର୍ବୃତ୍ତ ସୁନା ଚେନ ଓ ମୁଦି ନେଇଯାଇଥିଲେ। ସେହିପରି ମିଶ୍ରପଡ଼ା ଧରିତ୍ରୀ ଲାଇନରେ ରହୁଥିବା ମହେନ୍ଦ୍ର କୁମାର ବେହେରାଙ୍କ ଘରୁ ଗତ ଅକ୍ଟୋବର ୩୦ ତାରିଖ ରାତିରେ ଚୋରି ହୋଇଥିଲା। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘର ତାଲା ଭାଙ୍ଗି ଆଲମିରାରେ ଥିବା ମଙ୍ଗଳସୂତ୍ର, ସୁନାହାର, ସୁନା ଚୁଡ଼ି, କାନ ଫୁଲ, ମୁଦି ସହ ୨୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ମହେନ୍ଦ୍ରଙ୍କ ଝିଆରୀ ମାନିନୀ ବେହେରା ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଏହି ଦୁଇଟି ଚୋରିରେ ସମ୍ପୃକ୍ତ ସୁବାସ ବେହେରା(୨୬)ଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି। ସେହିପରି ଚୋରିରେ ବ୍ୟବହୃତ ହୋଇଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି।

Share

Leave a Reply