ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ତାଳଚେର ବିଧାୟକ ଏହି ସାହାଯ୍ୟ ଓ ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ସୂଚନା ମୁତାବକ, ପ୍ରତ୍ୟେକ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ପଲିଥିନ, ଧୋତି କିମ୍ବା କପଡ଼ା ପାଇଁ ଲୋକ ହଇରାଣ ହେଉଥିଲେ। ରାତି ଅଧିଆ ଦୋକାନୀଙ୍କୁ ନେହୁରା ହୋଇ ଏ ସବୁ ଜିନିଷ କିଣିବାକୁ ପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ରୋଗୀ ଓ ସମ୍ପର୍କୀୟଙ୍କ ଜିରୋ ଏକ୍ସପେଣ୍ଡିଚର ଲକ୍ଷ୍ୟ ରଖି ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କିଟ୍ ରହିବା ବ୍ୟବସ୍ଥା କରିଛନ୍ତି। ଆଗକୁ ଜିଲ୍ଲାର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଏହି କିଟ୍ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି।

Share

Leave a Reply