ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରେ ଶୁକ୍ରବାର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମୋ ସ୍କୁଟି ଯୋଜନାରେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଛି। ଛେଣ୍ଡିପଦା ବ୍ଲକରେ ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏହାର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମରା ଓ ୟୁକୋ ବ୍ୟାଙ୍କ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କୁ ଚାବି ପ୍ରଦାନ କରାଯାଇଥିଲା। ସରକାରଙ୍କ ଏହି ସ୍କୁଟି ଯୋଜନାରେ ଚିହ୍ନଟ ହୋଇଥିବା ୧୯ ଜଣ ମିଶନ ଶକ୍ତି ସଦସ୍ୟାଙ୍କୁ ସ୍କୁଟି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଳ୍ପ ସ୍କୁଟି ପ୍ରଦାନ କରାଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ଦିନ ଅନ୍ୟ ସଦସ୍ୟାଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି ଜଣାଯାଇଛି।
ଛେଣ୍ଡିପଦାରେ ମୋ ସ୍କୁଟି ଯୋଜନାରେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ
- Post published:September 30, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
