ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟ ଏକ ଢ଼ାବାରୁ ମୋବାଇଲ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ହାଣ୍ଡିଗୁଡା ଗାଁର ଇନ୍ଦ୍ରମଣି ପ୍ରଧାନ ଜାନୁଆରୀ ୩ ତାରିଖରେ ଜଗନ୍ନାଥମନ୍ଦିର ନିକଟ ଢ଼ାବାରେ ଖାଇ ଟେବୁଲ ଉପରେ ମୋବାଇଲ ରଖି ହାତ ଧୋଇ ହେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଖାଉଥିବା ବାହାଳ ସାହିର ବୁଲୁ ସାହୁ(୨୯) ଇନ୍ଦ୍ରମଣିଙ୍କ ମୋବାଇଲଟି ଚୋରିକରି ପଳାଇଥିଲେ। ଏ ନେଇ ଇନ୍ଦ୍ରମଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ବୁଧବାର ବୁଲୁଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ତାଙ୍କଠାରୁ ମୋବାଇଲ ଫୋନ୍ ଜବତ କରିଛି।
ମୋବାଇଲ ଚୋର ଗିରଫ
- Post published:February 2, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
