ଭୁବନେଶ୍ୱର : ୨୦ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ରୋଡ୍ ସୋ’ କରିବେ। ଏଥିସହ ସେ ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ। ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି। ସେ ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ।
ଅନ୍ୟପଟେ ୧୭ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ। ଓଡ଼ିଶାରେ କିପରି ବିଜେପି ସରକାର କରିବ ସେ ନେଇ ଲୋକଙ୍କ ନିକଟରେ ପହଞ୍ଚବାକୁ କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର।