ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଚାଲିଛି। ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣରୁ ଉର୍ଦ୍ଧ୍ଵରେ ରହି ଜାତୀୟ ରାଜନୀତି ସର୍ବସ୍ପର୍ଶୀ, ସର୍ବ ସମାବେଶୀ,ବିକାଶବାଦର ଜୟଯାତ୍ରାରେ ପରିଣତ ହୋଇଛି। ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନ ମାନରେ ଉନ୍ନତି ଘଟିଛି ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଛେଣ୍ଡିପଦା ବିଧାନ ସଭା କ୍ଷେତ୍ରର ବସନ୍ତପୁରଠାରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ଅନୁସୂଚିତ ଜାତିର ଏକ ସମାବେଶରେ ଶ୍ରୀ ମହାନ୍ତି ଯୋଗ ଦେଇ ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ ଏସସି ମୋର୍ଚ୍ଚା ସଂଯୋଜକ ରବି ବେହେରା, ରାଜ୍ୟ ଉପସଭାପତି ଚନ୍ଦନ ସ୍ୱରାଜ, ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ, ଅକ୍ଷୟପାଦ ବେହେରା, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ସାମଲ, ସମିତିସଭ୍ୟ ଯୁଗଳ କିଶୋର ନାୟକ, ସରପଞ୍ଚ କ୍ଷୀରୋଦିନୀ ବେହେରା ଓ ପାରିଜାତ ସେଠୀ, ସମିତି ସଭ୍ୟ ସୁମନ୍ତ ବେହେରା, ଦୀପକ ସାହୁ ଓ ଗୀତାଞ୍ଜଳି ସେଠୀ, ଜୀବନାନନ୍ଦ ସାହୁ, ତ୍ରିବେଣୀ ସାହୁ, ସୁଦର୍ଶନ ସାହୁ, ପ୍ରଶାନ୍ତ ସାହୁ, ଗୌତମ ଧଳ , ଯଶୋବନ୍ତ ଧଳ, ପ୍ରମୁଖ ମଂଚାସୀନ ଥିଲେ | ଶେଷରେ ସୁଦିପ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ |ରାଜ୍ୟ ସଭାପତିଙ୍କୁ ଛେଣ୍ଡିପଦାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ନିଆ ଯାଇଥିଲା | ଏହି ଅବସରରେ ଶ୍ରୀ ମହାନ୍ତି ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ଏବଂ ପାତ୍ରପଡା ବାୟାଣୀ ପୀଠରେ ଦର୍ଶନ କରିଥିଲେ।