ପୌରପାଳିକା ମାସିକ ବୈଠକ: ପୋଖରୀ ପୁନରୁଦ୍ଧାର,ଡେଲି ମାର୍କେଟ ମରାମତି ଉପରେ ଗୁରୁତ୍ବ

You are currently viewing ପୌରପାଳିକା ମାସିକ ବୈଠକ: ପୋଖରୀ ପୁନରୁଦ୍ଧାର,ଡେଲି ମାର୍କେଟ ମରାମତି ଉପରେ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭା କକ୍ଷରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପଦସ୍ଥ ପୌର ଅଧିକାରୀ,ସଦସ୍ୟଙ୍କ ସମେତ ପୂର୍ତ ଜନସ୍ୱାସ୍ଥ୍ୟ, ଜଳସେଚନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

ନଗରପାଳ ଶ୍ରୀ ସାମନ୍ତ ପୁରୁଣା ବସ୍ ଷ୍ଟାଣ୍ଡ ରାସ୍ତା ସମେତ ସହରର କିଛି ନଷ୍ଟ ହୋଇଥିବା ରାସ୍ତାର ମରାମତି, ଡେଲି ମାର୍କେଟର ମରାମତି, ସହରର ପୋଖରୀ ଗୁଡ଼ିକର ପୁରୁଦ୍ଧାର କରାଯିବ ବୋଲି କହିଥିଲେ। ଜନ ସ୍ଵାସ୍ଥ୍ୟ ବିଭାଗର ପାଣି ପାଇପ ବିଛା ଯୋଗୁଁ ସହରର ଅନେକ ରାସ୍ତା ନଷ୍ଟ ହୋଇ ଥିବାରୁ ସେ ସବୁକୁ ମଧ୍ୟ ମରାମତି କରାଯିବ।କେନାଲର ସାଇଫନ ଜାମ୍ ରହୁଥିବାରୁ ସେ ସବୁର ମଧ୍ୟ ସଫେଇ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଆଗାମୀ ସ୍ୱାୟତ୍ତ ଶାସନ ଦିବସକୁ ସରସ ସୁନ୍ଦର କରି ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ସମସ୍ତ ପାରିଷଦ ଯୋଗ ଦେଇଥିଲେ।

Share

Leave a Reply