ଅନୁଗୁଳ: ଅନୁଗୁଳ ସହରରେ ଥିବା ଛୋଟ ବଡ଼ ସପିଂ ମଲ୍ଗୁଡିକ କଟକଣାକୁ ଫୁ’ କରି ଦୋକାନ ଖୋଲୁଛନ୍ତି। ଯଦିଓ ଗ୍ରାହକମାନେ ମାସ୍କ ପିନ୍ଧୁଛନ୍ତି, ତଥାପି ଦୋକାନ ଭିତରେ ସାମାଜିକ ଦୂରତ୍ଵ ରହୁନି। କରୋନା କଟକଣା ଉଲଂଘନ ହେଉଛି ସରକାରୀ ଅନୁମତି ନଥିବାରୁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସହରରେ ଥିବା ୧୯ଟି ଛୋଟ ବଡ଼ ସୋ’ରୁମ୍ କୁ ବନ୍ଦ କରାଯାଇଛି। ସରକାର ସବୁଜ ସଙ୍କେତ ଦେବା ପର୍ଯ୍ୟନ୍ତ ସୋରୁମ୍ ନଖୋଲିବାକୁ ଚେତାବନୀ ଦିଆଯାଇଛି । ସୋରୁମ୍ ବନ୍ଦ ପରେ ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ଦୀର୍ଘଦିନ ବ୍ୟବସାୟ ବନ୍ଦ ଯୋଗୁ ବହୁ କ୍ଷତି ସହିବାକୁ ପଡ଼ିଲାଣି। କରୋନା କଟକଣା ମଧ୍ୟରେ ସୋରୁମ୍ ଖୋଲିବାକୁ ଅନୁମତି ଦେବା ପାଇଁ ସୋରୁମ୍ ମାଲିକମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ କଟକଣା ମଧ୍ୟରେ ସୋରୁମ୍ ଖୋଲିବାକୁ ଚାହିଁଲେ ଅନୁମତି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରବିବାର ପୂର୍ବାହ୍ନରେ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ ଟିମ୍ ସୋରୁମ୍ ସବୁ ବନ୍ଦ କରିଥିଲା । ଏହି ଟିମ୍ରେ ଆସିଷ୍ଟାଣ୍ଟ କଲେକ୍ଟର ଦୋଳଗୋବିନ୍ଦ ସାହୁ, ଅନୁଗୁଳ ତହସିଲ୍ଦାର ବିମଳ ଲେଙ୍କା, ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ପ୍ରମୁଖ ସାମିଲ ଥିଲେ।
୧୯ ସୋ’ରୁମ୍ ବନ୍ଦ କଲା ପ୍ରଶାସନ
- Post published:July 5, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ
ରାସ୍ତାରେ ଏଣେତେଣେ ପାର୍କିଂ କଲେ ଗଣିବେ ତଣ୍ଡ, ଉଭୟ ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ





