ଭୁବନେଶ୍ବର/ଅନୁଗୁଳ: ବଢୁଛି ତାପମାତ୍ରା। ରାଜ୍ୟ ଏବେ ତତଲା କଡ଼େଇ ପାଲଟିଛି। ବିଭିନ୍ନ ଜିଲ୍ଲାରେ ବଢ଼ିବାରେ ଲାଗିଛି ତାପମାତ୍ରା। ଅସହ୍ଯ ଗରମ ସହ ଏବେ ଗୁଳୁଗୁଳି ମଧ୍ଯ ଅନୁଭୂତ ହେଉଛି। ଫଳରେ ଲୋକେ ଅଂଶୁଘାତର ଶିକାର ହେବାର ଆଶଙ୍କା ରହିଛି। ଏଣୁ ରାଜ୍ୟ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଅଂଶୁଘାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଟ୍ୱିଟ ଯୋଗେ ଅଂଶୁଘାତର ଲକ୍ଷଣ ସମ୍ପର୍କରେ ସୂଚନା ଦିଆଯାଇଛି।
ଅଂଶୁଘାତର ଲକ୍ଷଣ
ଅଂଶୁଘାତର ଲକ୍ଷଣଗୁଡ଼ିକ ହେଉଛି ଶରୀରର ତାପମାତ୍ରା ବଢ଼ିଯିବା, ଝାଳ ବାହାରିବା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା, ମୂର୍ଚ୍ଛା ଯିବା ଓ ନିଃଶ୍ବାସ ତୀବ୍ରତର ହେବା ଇତ୍ୟାଦି।କୌଣସି ବ୍ୟକ୍ତିଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବାକୁ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।