ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଲେ ମା’- ପୁଅ

You are currently viewing ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଲେ ମା’- ପୁଅ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି ନିକଟସ୍ଥ ତାଳ ବାହାଳୀ ଗ୍ରାମରେ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ତାଳ ବାହାଳୀ ଗ୍ରାମର ପ୍ରଭାଞ୍ଜଳି ସାହୁଙ୍କୁ ସେହି ଗ୍ରାମର ସୁଜିତ ପ୍ରଧାନ ଓ ତାଙ୍କ ମା’ ଅଞ୍ଜଳି ପ୍ରଧାନ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଛନ୍ତି। ଏ ଏନେଇ ଶନିବାର ଦିନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନମ୍ବର ୧୨୬/୨୪ ରେ ଏକ ମାମଲା ରୁଜୁ କରିଛି।

ପୋଲିସ କହିଛି ଯେ ଉଭୟଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ପରେ ପ୍ରଭାଞ୍ଜଳି ଘରେ ଏକା ଥିବା ବେଳେ ମା’- ପୁଅ ଘରକୁ ଆସି ମାଡ଼ ମାରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

Share

Leave a Reply