ଆଇନଜୀବୀ ଗଦାଧର ଗଡନାୟକଙ୍କ ବିୟୋଗରେ ଶୋକ

You are currently viewing ଆଇନଜୀବୀ ଗଦାଧର ଗଡନାୟକଙ୍କ ବିୟୋଗରେ ଶୋକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗଦାଧର ଗଡନାୟକଙ୍କ ଗତ ୩୦ ତାରିଖ ରାତିରେ ହୃଦଘାତରେ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ଗୁରୁବାର ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିଲ୍ଲିପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଇନଜୀବୀମାନେ ସ୍ବର୍ଗତ ଗଡନାୟକଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ସେ ତାଙ୍କର ସୁଦୀର୍ଘ ଓକିଲାତିରେ ସରକାରୀ ଓକିଲ ଭାବେ ବହୁଦିନ ଧରି କାର୍ଯ୍ୟ କରି ଆସୁଥିଲେ। ଅନୁଗୁଳ ଜିଲ୍ଲା ଖାଉଟି ବିବାଦ ମିମାଂସା ଅଦାଲତର ଅଧ୍ୟକ୍ଷ ଭାବେ ପାଞ୍ଚ ବର୍ଷ ସଫଳତାର ସହ କାର୍ଯ୍ୟ କରିଯାଇଛନ୍ତି। ସେ ଜଣେ ପରୋପକାରୀ ଓ ଦରଦୀ ବ୍ୟକ୍ତି ଭାବରେ ଜନ ମାନସରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନେଇ ଥିଲେ।

ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ମିଶ୍ର, ମହେନ୍ଦ୍ର ବସ୍ତିଆ, ପରମାନନ୍ଦ ମିଶ୍ର, ଭୂପେଶ ଚନ୍ଦ୍ର ପ୍ରଧାନ, ବସନ୍ତ ଦାସ, ଭାସ୍କର ବେହେରା, ସୀତାଂଶୁ ଶେଖର ନାଥ, ଉଦୟ ଶଙ୍କର ମିଶ୍ର, ପ୍ରଦୀପ ଭୁତିଆ, ରଜତ ରଞ୍ଜନ ଦାଶ, ପ୍ରଦୀପ ଦେବତା, ଗୋପାଳ ନାଥ, ପ୍ରମୋଦ ପ୍ରଧାନ, ବିରେନ ନାଏକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଗଡନାୟକଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ ଗୁରୁବାର ଦିନକ ପାଇଁ କଚେରୀର ସମସ୍ତ କାର୍ଯ୍ୟରୁ ଆଇନଜୀବୀମାନେ ନିବୃତ୍ତ ରହିବାକୁ ସ୍ଥିର କରିଥିଲେ। ଶେଷରେ ସଂଘର ସମ୍ପାଦକ ଧୃବ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply