ନିଜେ ଫସିବାରୁ ଚେତା ପଶିଲା: ତାଳଚେର ରେଳ ଫାଟକ ନିକଟରେ ଫସିଲେ ଢେଙ୍କାନାଳ ସାଂସଦ, ତୁରନ୍ତ ଯାତାୟାତ ସୁବିଧା ନ କଲେ ଆନ୍ଦୋଳନ କରିବାକୁ ଦେଲେ ଚେତାବନୀ

You are currently viewing ନିଜେ ଫସିବାରୁ ଚେତା ପଶିଲା: ତାଳଚେର ରେଳ ଫାଟକ ନିକଟରେ ଫସିଲେ ଢେଙ୍କାନାଳ ସାଂସଦ, ତୁରନ୍ତ ଯାତାୟାତ ସୁବିଧା ନ କଲେ ଆନ୍ଦୋଳନ କରିବାକୁ ଦେଲେ ଚେତାବନୀ

ତାଳଚେର : ତାଳଚେରରେ ଗମନାଗମନରେ ଘୋର ସମସ୍ୟା ହେଉଥିବାରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଅଞ୍ଚଳରେ କୋଇଲା ବୋଝେଇ ଟ୍ରକ ଯୋଗୁ ଟ୍ରାଫିକ ସମସ୍ୟା ହେବା ସହ ରେଳ ପଥରେ କୋଇଲା ୱାଗନ ପରିବହନ ପାଇଁ ରେଳ ଫାଟକ ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଛି। ଫଳରେ ସାଧାରଣ ଲୋକ ଯିବା ଆସିବା ବେଳେ ପ୍ରବଳ ହଇରାଣ ହେଉଛନ୍ତି।

ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜେ ଏହି ସମସ୍ୟାରେ ଫସିଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ି ଦୀର୍ଘ ସମୟ ଧରି ରେଳ ଫାଟକ ପାଖେ ଅଟକି ଥିଲା। ଏଣୁ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଦାବି କରିଛନ୍ତି। ସେହିପରି ଥର୍ମାଲ ବଲଣ୍ଡା କନଭର ରାସ୍ତା, ଥର୍ମାଲ ହାଣ୍ଡିଧୂଆଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ସେହି ରାସ୍ତାକୁ ଶୀଘ୍ର ମରାମତି ସହ ବନ୍ତୁଲ ରେଳ ଫାଟକରେ ଅଣ୍ଡର ପାସ ରାସ୍ତା ନ କରାଗଲେ ଆଗାମୀ ଦିନରେ ସାଂସଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply