ସନ୍ଧ୍ୟାରେ ଯଦି କିଛି ନୂଆ ଟ୍ରାଏ କରିବାକୁ ଚାହୁଁଛନ୍ତି ତେବେ ମୂଳା କବାବ ସବୁଠୁ ଭଲ ବିକଳ୍ପ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମୂଳା କବାବର ପ୍ରସ୍ତୁତି …
ଆବଶ୍ୟକ ସାମଗ୍ରୀ:
ଅଧା କପ ମୂଳା କୋରା, ଅଧା କପ ଗାଜର କୋରା, ଗୋଟେ ସିଝା ଆଳୁ, ଅଧା କପ୍ ଚାଉଳ ଚୂନା, ଦୁଇ ଚାମଚ ମଇଦା, ଦୁଇ ଚାମଚ ବେସନ, ଜିରା ଗୁଣ୍ଡ, କଟା କଞ୍ଚା ଲଙ୍କା, କଟା ପିଆଜ, ଅଦା-ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଧନିଆ ପତ୍ର, ହଳଦୀ ଗୁଣ୍ଡ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁସାରେ ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ଗାଜର କୋରା, ମୂଳା କୋରା ଓ ଆଳୁକୁ ଭଲ ଭାବେ ଚକଟି ରଖନ୍ତୁ। ସେଥିରେ ଅଦା ରସୁଣ ପେଷ୍ଟ୍, ହଳଦୀ ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ଚାଟ୍ ମସଲା, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, କଟା ଲଙ୍କା, ମଇଦା, ଚାଉଳ ଚୂନା, ବେସନ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ଏହା ଯେମିତି ଅଧିକ ପାଣିଆ ନ ହେବ ଧ୍ୟାନ ଦେବେ। ଭଲ ଭାବେ ଗୋଳାଇବା ପରେ ଏହାକୁ କବାବ୍ ଆକୃତିର ଗଢ଼ନ୍ତୁ। ତା’ପରେ ଗ୍ୟାସରେ କଡ଼େଇ ବସାଇ ଅଳ୍ପ ତେଲ ଦିଅନ୍ତୁ। ତେଲ ଗରମ ହେଲେ ଧିମା ଆଞ୍ଚରେ କବାବକୁ ଫ୍ରାଏ କରନ୍ତୁ। ସୁନେଲି ରଙ୍ଗର ହୋଇଯିବା ପରେ ଟମାଟୋ ଓ ଚିଲି ସସ୍ ସହ ପରଷନ୍ତୁ ମୂଳା କବାବ୍।